ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ଟପିଥିବା ବେଳେ ଗତ ୨୪ ଘଣ୍ଟାରେ ୫୨ ହଜାର ୯୭୩ ଆକ୍ରାନ୍ତଙ୍କ ହୋଇଛନ୍ତି। ଏହି ସମୟ ମଧ୍ୟରେ ୭୭୧ ଜଣଙ୍କ ଜୀବନ ନେଇଛି କରୋନା। ଆଜି ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୩ ହଜାର ୬୯୭ ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩୮ ହଜାର ୧୩୫ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୮ ଲକ୍ଷ ୩ ହଜାର ୬୯୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧ ଲକ୍ଷ ୮୬ ହଜାର ୨୦୩ ଜଣ ସୁସ୍ଥ ହୋଇଛନ୍ତି। ୫ ଲକ୍ଷ ୭୯ ହଜାର ୩୫୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।