ଦେଶରେ କରୋନା ମୃତ୍ୟୁ ୮୫,୬୧୯

ନୂଆଦିଲ୍ଲୀ : ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୫୩,୦୮,୦୧୪ରେ ପହଞ୍ଚିଛି। ଏ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୩୯୬୪ ଥିବାବେଳେ ୮୫,୬୧୯ ଜଣଙ୍କର ମୃତ୍ୟୁ ହୋଇଛି। ୪୨,୦୮୪,୩୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସଂଖ୍ୟା ଅନୁସାରେ ଦେଶରେ ମୃତ୍ୟୁ ହାର ୧.୬୧ ପ୍ରତିଶତ ଓ ସୁସ୍ଥ ହାର ୭୯.୨୮ ପ୍ରତିଶତ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ଏହି ସୂଚନା ମିଳିଛି। ଶନିବାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୪ଘଣ୍ଟାରେ ଦେଶରେ ୯୩,୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯୫୮୮୦ଜଣ ସୁସ୍ଥ ହୋଇଥିବା ବେଳେ ୧୨୪୭ଜଣଙ୍କର ମୃତ୍ୟୁ ଘଟିଛି।

ମତାମତ ଦିଅନ୍ତୁ ।