ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୮୭୩୨

ନୂଆଦିଲ୍ଲୀ : ଦେଶରେ ୧୧,୯୨,୯୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୫୩୦୫୦ ଜଣ ସୁସ୍ଥ ହୋଇଥିବା ବେଳେ ୨୮୭୩୨ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୩୭,୭୨୪ ଆକ୍ରାନ୍ତଙ୍କୁ ମିଶାଇ ଆଜି ସକାଳ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୧୧୩୩ ରହିଛି। ୨୪ ଘଣ୍ଟାରେ ୬୪୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ବୁଧବାର ମନ୍ତ୍ରାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ୭୫୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୫୮ ଜଣ, ବିହାରରେ ୨୧୭ ଜଣ, ଚଣ୍ଡିଗଡ଼ରେ ୧୨ ଜଣ, ଛତିଶଗଡ଼ରେ ୨୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡା ଦିଲ୍ଲୀରେ ୩୬୯୦ ଜଣ, ଗୋଆରେ ୨୬ ଜଣ, ଗୁଜରାଟରେ ୨୧୯୬ ଜଣ, ହରିୟାଣାରେ ୩୬୪ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୬୩ ଜଣ, ଝାଡ଼ଖଣ୍ଡରେ ୫୫ ଜଣ, କର୍ଣ୍ଣାଟକରେ ୧୪୬୪ ଜଣ, କେରଳରେ ୪୪ ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୫୬ ଜଣ, ମହାରାଷ୍ଟ୍ରରେ ୧୨୨୭୬ ଜଣ, ମେଘାଳୟରେ ୪ ଜଣ, ଓଡ଼ିଶାରେ ୧୦୮ ଜଣ, ପୁଡୁଚେରୀରେ ୩୦ ଜଣ, ପଞ୍ଜାବରେ ୨୬୩ ଜଣ, ରାଜସ୍ଥାନରେ ୫୭୭ ଜଣ, ତାମିଲନାଡୁରେ ୨୬୨୬ ଜଣ, ତେଲେଙ୍ଗାନାରେ ୪୨୯ ଜଣ, ତ୍ରିପୁରାରେ ୮ ଜଣ, ଉତ୍ତରାଖଣ୍ଡରେ ୫୫ ଜଣ, ଉତ୍ତରପ୍ରଦେଶରେ ୧୨୨୯ ଜଣ ଓ ପଶ୍ଚମବଙ୍ଗରେ ୧୧୮୨ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

  ସୁଧାରଗୃହରୁ ବାଂଲାଦେଶୀ ରୂପଜୀବୀ ଫେରାର

ସେହିପରି ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ୨୧୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ୫୮୬୬୮ ଆକ୍ରାନ୍ତ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ୫୫୮, ଆସାମ ୨୫୩୮୨, ବିହାର ୨୮୯୫୨, ଚଣ୍ଡିଗଡ଼ ୭୫୧, ଛତିଶଗଡ଼ ୫୭୨୯, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୭୦୫, ଦିଲ୍ଲୀ ୧୨୫୦୯୬, ଗୋଆ ୪୦୨୭, ଗୁଜରାଟ ୫୦୩୭୯, ହରିୟାଣା ୨୭୪୬୨, ହିମାଚଳ ପ୍ରଦେଶ ୧୬୬୪, ଜମ୍ମୁ ଓ କଶ୍ମୀର ୧୫୨୫୮, ଝାଡ଼ଖଣ୍ଡ ୬୧୫୯, କର୍ଣ୍ଣାଟକ ୭୧୦୬୯, କେରଳ ୧୩୯୯୪, ଲଦାଖ ୧୧୯୮, ମଧ୍ୟପ୍ରଦେଶ ୨୪୦୯୫, ମହାରାଷ୍ଟ୍ର ୩୨୭୦୩୧, ମଣିପୁର ୨୦୧୫, ମେଘାଳୟ ୪୯୦, ମିଜୋରାମ ୩୧୭, ନାଗାଲାଣ୍ଡ ୧୦୩୦, ଓଡ଼ିଶା ୧୮୭୫୭, ପୁଦ୍ଦୁଚେରୀ ୨୧୭୯, ପଞ୍ଜାବ ୧୦୮୮୯, ରାଜସ୍ଥାନ ୩୧୩୭୩, ସିକିମ୍ ୩୩୦, ତାମିଲନାଡୁ ୧୮୦୬୪୩, ତେଲେଙ୍ଗାନା ୪୭୭୦୫, ତ୍ରିପୁରା ୩୩୩୧, ଉତ୍ତରାଖଣ୍ଡ ୪୮୪୯, ଉତ୍ତରପ୍ରଦେଶ ୫୩୨୮୮ ଓ ପଶ୍ଚିମବଙ୍ଗ ୪୭୦୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ମତାମତ ଦିଅନ୍ତୁ ।