ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୮୯୩୮

ନୂଆଦିଲ୍ଲୀ : ଦେଶରେ ୧୮,୫୫,୭୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୮୯୩୮ ଛୁଇଁଛି। ଆଜି ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ମଙ୍ଗଳବାର ତଥ୍ୟ ଅନୁଯାୟୀ ୨୪ ଘଣ୍ଟାରେ ଦେଶରେ ୫୨,୦୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୋଟ ୧୨୩୦୫୦୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୨୯୮ ରହିଛି।

ମତାମତ ଦିଅନ୍ତୁ ।