ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୮ ହଜାର ୫୮୬

ନୂଆଦିଲ୍ଲୀ : ଦେଶରେ ୪୭, ୫୪,୩୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୦୨୫୯୫ ଜଣ ସୁସ୍ଥ ହୋଇଥିବା ବେଳେ ୭୮,୫୮୬ଜଣଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୩୧୭୫ ରହିଛି। ଗତ ୨୪ ଘଣ୍ଟାରେ ୯୪,୩୭୨ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧,୧୧୪ ଜଣଙ୍କର ପ୍ରାଣ ନେଇଛି କରୋନା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇଛି।

ମତାମତ ଦିଅନ୍ତୁ ।