ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଲା, ମୃତ୍ୟୁ ୩,୫୨୩

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଦୈନିକ ସଂକ୍ରମଣ ସଂଖ୍ୟା ଆଜି ୪ ଲକ୍ଷ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି।

ଶନିବାର କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୦୧,୯୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୫୨୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୧,୯୧,୬୪,୯୬୯ ଓ ମୃତ୍ୟୁସଂଖ୍ୟା ୨, ୧୧,୮୫୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨,୯୯,୯୮୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବଲେ ସମୁଦାୟ ସୁସ୍ଥତା ସଂଖ୍ୟା ୧,୫୬,୮୪,୪୦୬ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬୮,୭୧୦ ରହିଛି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୫,୪୯,୮୯,୬୩୫ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିଛି ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍‌ ୩୦ ତାରିଖ ସୁଦ୍ଧା ସମୁଦାୟ ୨୮,୮୩,୩୭,୩୮୫ ନମୁନା ପରୀକ୍ଷା ସରିଛି। ଗତକାଲି ୧୯,୪୫,୨୯୯ଟି ନମୁନା ପରୀକ୍ଷା ହୋଇଛି।

Leave a Reply

Your email address will not be published. Required fields are marked *

Back to top button