ଦେଶରେ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଉଛି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କମିବାରେ ଲାଗିଛି। ଲୋକେ ତାଙ୍କ ଉପରୁ ଆସ୍ଥା ହରାଉଥିବା ସର୍ଭେରୁ ଜଣାପଡ଼ିଛି।

ଭାରତରେ ୨୦୧୪ ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ମେଣ୍ଟକୁ ମିଳିଥିଲା ସଫଳତା। ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି। ୨୦୧୯ରେ ମଧ୍ୟ ଜନମତ ବିଜେପି ସପକ୍ଷରେ ଯାଇଥିଲା। ସର୍ବାଧିକ ଆସନ ଜିତି ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲା ଏହି ଦଳ। ନିର୍ବାଚନରେ ବାଜିମାତ କରି ପ୍ରଧାନମନ୍ତ୍ରୀ ମୋଦି ସୃଷ୍ଟି କରିଥିଲେ ନୂଆ ଇତିହାସ। କିନ୍ତୁ ଏବେ ସ୍ଥିତି ବଦଳୁଛି। କରୋନା ମୁକାବିଲାରେ ସରକାରଙ୍କ ବିଫଳତା ନେଇ ସ୍ଵର ଉଠିଛି। ଏହାର ପ୍ରଭାବ ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରୁଥିବା ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ‘ଗ୍ଲୋବାର ଆପ୍ରୁଭାଲ ରେଟିଂ’ରେ କୁହାଯାଇଛି।

‘ଗ୍ଲୋବାର ଆପ୍ରୁଭାଲ ରେଟିଂ’ ନାମକ ଏହି କମ୍ପାନୀ ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିୟତା ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଏହି ଆମେରିକା କମ୍ପାନୀ ୨୦୧୯ ଅଗଷ୍ଟରୁ ଟ୍ରାକ୍‌ କରୁଥିଲା। ତାଙ୍କ ରେଟିଂ ପଏଣ୍ଟ ଏତେ ତଳକୁ ଖସୁଛି। ଏପ୍ରିଲ ୧ରୁ ମେ’ ୧୧ ତାରିଖ ମଧ୍ୟରେ ତାଙ୍କ ଆପ୍ରୁଭାଲ ରେଟିଂ ୧୦ ପ୍ରତିଶତ ହ୍ରାସ ଘଟିଛି। ପୂର୍ବରୁ ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ମୋଦିଙ୍କ ପଏଣ୍ଟ ୭୩ ପ୍ରତିଶତ ଥିବା ବେଳେ ଏବେ ଏହା ୬୩ ପ୍ରତିଶତକୁ ଖସି ଆସିଛି। ମୋଦିଙ୍କ ଡିସଆପ୍ରୁଭାଲ ପଏଣ୍ଟ ୨୧ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି।

କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି। କରୋନା ବ୍ୟାପିଥିଲେ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। କେବେଳ ସେତିକି ନୁହେଁ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଛି। ଏହାପୂର୍ବରୁ YouGov ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତାର ସର୍ଭେ କରାଯାଥିଲା। ଏଥିରୁ ଜଣାପଡ଼ିଛି କରୋନା ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକେ କହୁଥିବା ବେଳେ ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ସେମାନେ ଆସ୍ଥା ହରାଇବା ଆରମ୍ଭ କରିଛନ୍ତି।

ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯ ପ୍ରତିଶତ ଲୋକ ସରକାର କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଥିଲେ। କରୋନା ପ୍ରଥମ ଲହର ସମୟରେ ୮୯ ପ୍ରତିଶତ ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ। ହେଲେ ସଂକ୍ରମଣ ବଢ଼ିବାରୁ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ସର୍ଭେରେ ଉହାଯାଇଛି।

Leave a Reply

Your email address will not be published. Required fields are marked *

Back to top button