ଦେଶୀ ମଦ ଜବତ : ତିନି ଗିରଫ

ରୁପସା : ବାଲେଶ୍ଵର ଜିଲ୍ଲାର ବସ୍ତା ଥାନା ଅଞ୍ଚଳରୁ ଆଜି ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ ବସ୍ତା ଥାନା ଅଞ୍ଚଳରୁ ୨୪ଶହ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଏଥିସହ ସମ୍ପୃକ୍ତ କୁଣ୍ଡେଇ ଗ୍ରାମର ମଞ୍ଜୁଲତା ନାୟକ, ଅମର୍ଦ୍ଦା ରୋଡର ମିଥୁନ ସିଂହ ଓ ବସନ୍ତପୁରର ଗୁଣଧର ମାରାଣ୍ଡିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।