ଦେଶୀ ମଦ କାରବାରରେ ଶାଶୁ-ବୋହୂ ଗିରଫ

ଭଦ୍ରକ : ପୁରା ପରିବାର ଚଳାଇଥିଲେ ଦେଶୀମଦ କାରବାର। ଖବର ପାଇ ପୋଲିସ ଶାଶୁ-ବୋହୂଙ୍କୁ ବାନ୍ଧିଛି। ଫେରାର ହୋଇଯାଇଛନ୍ତି ଦୁଇପୁଅ। ଭଦ୍ରକ ଜିଲ୍ଲା ଘୁଷୁରୀପୋଖରୀ ଗାଁରେ ଏହି ଦେଶୀ ମଦ ତିଆରି କରାଯାଉଥିଲା ବୋଲି ପୋଲିସ କହିଛି।

ଖବର ଅନୁଯାୟୀ ଘୁଷୁରୀପୋଖରୀ ଗାଁର ଏହି ପରିବାର ଉଚ୍ଚ ଶିକ୍ଷିତ। ବୋହୂ ସିଭିଲ ଇଂଜିନିୟର। ଅଧିକ ଆୟ ହେଉଥିବାରୁ ପରିବାର ସମସ୍ତେ ଲାଗି ପଡିଥିଲେ ଦେଶୀ ମଦ କାରବାରରେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଖସିଗଲେ ଦୁଇ ପୁଅ। ଧରାପଡିଲେ ଶାଶୁ ବୋହୂ। ପୋଲିସ ଏ ଦୁଇଜଣଙ୍କୁ ଗିରଫ କରିବା ସହିତ ହଜାରେ ଲିଟରରୁ ଅଧିକ ଦେଶୀ ମଦ ଓ ପୋଚ ଜବତ କରିଛି। ଏହାଛଡା ନଗଦ ୧ ଲକ୍ଷ ଟଙ୍କା, କାର ଓ ସ୍କୁଟି ମଧ୍ୟ ଜବତ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।