ଦେଶୀ ମଦ ସହ ୫ ଗିରଫ, ବାଇକ୍ ଜବତ

ଟାଙ୍ଗୀ : ଟାଙ୍ଗୀ ଓ ବାଲୁଗାଁ ଅବକାରୀ ବିଭାଗର ପକ୍ଷରୁ ଆଜି ଚଢଉ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଣ୍ଟଶିଳା ପାହାଡ ନିକଟସ୍ଥ ହନୁମାନ ମନ୍ଦିର ନିକଟରୁ ୨ ଜଣ ଓ ମୁକ୍ତାଦେଇପୁର କେନାଲ ରୋଡରୁ ଆଉ ୩ ଜଣ ହୋଇଛନ୍ତି। ଏମାନଙ୍କୁ ଠାରୁ ୨୦୪ ଲିଟର ଦେଶୀ ମଦ ଓ ୪ଟି ବାଇକ୍ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ରମେଶ ସୁନ୍ଦରାୟ, ପ୍ରବୀଣ ସାମନ୍ତରାୟ, ନରହରି ବାରିକ, ରିଙ୍କୁ ସ୍ଵାଇଁ ଓ କୁଶ ଶବର। ସମସ୍ତଙ୍କ ଘର ବାଣପୁର ଅଞ୍ଚଳରେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।