ଧନ ବୃଦ୍ଧି ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଭିଏଁ ଚାହିଁଥାଆନ୍ତି ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ। ଧନର ଆଗମନ ହେଉ, ନକରାତ୍ମକ ଶକ୍ତି ଦୂର ହେଉ। ଏହିସବୁ ଜିନିଷ ପାଇଁ ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଜାଣତରେ ହେଉ ଅବା ଅଜାଣତରେ ସେହି ଭୁଲ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜାଣନ୍ତୁ….

– ଭୋଜନ କରିବା ସମୟରେ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ଭୋଜନ କରନ୍ତୁ।

– ଜୋତା ଚପଲ ପିନ୍ଧି ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନହାନି ହୋଇଥାଏ। ଧନର ଅଭାବ ଲାଗି ରହିଥାଏ।

– ଭଗବାନଙ୍କ ନିକଟରେ ଲାଗି ହେଉଥିବା ଫୁଲକୁ ଘରେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଘରେ ଶୁଖିଲା ଫୁଲ ରଖିବା ଉଚିତ ନୁହେଁ। ଧନର କ୍ଷୟ ହୋଇଥାଏ ବୋଲି ମଧ୍ୟ କୁହାଯାଏ।

– ଅଁଇଠା ହାତରେ ଘିଅ କିମ୍ବା କ୍ଷୀରକୁ ସ୍ପର୍ଶ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ଅଭାବ ହୋଇନଥାଏ।

– ରାତିରେ ଦହିର ସେବନ କରନ୍ତୁ ନାହିଁ।

ମତାମତ ଦିଅନ୍ତୁ ।