ଧାନ କିଣାକୁ ନେଇ ଚାଷୀଙ୍କ ରାସ୍ତାରୋକ

ଖଲ୍ଲିକୋଟ : ଧାନ କିଣା ଯାଉନଥିବାରୁ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ଟାର୍ଗେଟ୍ ନଥିବା କୁହାଯାଉଥିବାରୁ ଏହାର ପ୍ରତିବାଦରେ ପୋଟଲାମପୁର ପଞ୍ଚାୟତର ଚାଷୀମାନେ ରାସ୍ତାରୋକ କରିଥିବା ଜଣାପଡିଛି।
ଶନିବାର ଛତ୍ରପୁର ବ୍ଲକ୍ ପୋଟଲାମପୁର ପଞ୍ଚାୟତର ଶହ ଶହ ଚାଷୀ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଧାନ କିଣା ଓ ମରିଚ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।