ଧାନ କିଣାରେ ଅନିୟମିତତା : ସମବାୟ ସମିତି ସମ୍ପାଦକ ନିଲମ୍ବିତ

ଭୁବନ : ଧାନ କିଣା ଅନିୟମିତତା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ସୁରପ୍ରତାପପୁର ସମବାୟ ସମିତିର ସଂପାଦକ ସ୍ମୃତି ପ୍ରକାଶ ସ୍ଵାଇଁ ନିଲମ୍ବିତ।

ଚାଷୀମାନଙ୍କର ଟୋକନକୁ ଚଞ୍ଚକତାରେ ଲାପସ କରି ସେମାନଙ୍କଠାରୁ ଧାନ କିଣି ନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲେ । ଚାଷୀମାନଙ୍କର ଏହି ଅଭିଯୋଗ ଆଧାରରେ ସ୍ମୃତି ପ୍ରକାଶଙ୍କୁ ନିଲମ୍ବିତ କରାଯାଇଛି। ସମିତିର ଚାବି ଓ ଅନ୍ୟାନ୍ୟ କାଗଜପତ୍ର ସମିତିର କର୍ମଚାରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button