ଧାନ ସଂଗ୍ରହ ତାରିଖର ୭ ଦିନ ପୂର୍ବରୁ ମଳିବ ଟୋକନ୍‌

ଭୁବନେଶ୍ୱର : ଚଳିତବର୍ଷ ରାଜ୍ୟ ସରକାର ଅଗ୍ରମୀ ଟୋକନ୍‌ ବ୍ୟବସ୍ଥାରେ ଖରିଫ ଧାନ କିଣିବେ। ୧୪ ଲକ୍ଷ ୯୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ୍‌ ଜେନେରେଟ ହେବ। କେଉଁଦିନ କେଉଁ ଚାଷୀ ଧାନ ବିକ୍ରି କରିବେ ସେଥିପାଇଁ ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ। ଏନେଇ ମୋବାଇଲକୁ ଯିବ ମେସେଜ। ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା। ଯଦି କେହି ଟୋକନ ପାଇନଥିବେ ତେବେ ଟୋଲ ଫି’ ନମ୍ବର ୧୯୬୭ରେ ଜଣାଇ ପାରିବେ। କେଉଁ ଜିଲ୍ଲାରୁ କେଉଁ ତାରିଖରେ ଧାନ କିଣା ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରୋକ୍ୟୁରମେଣ୍ଟ କମିଟି ନିଷ୍ପତ୍ତି ନେବ।

ସୂଚନା ଅନୁଯାୟୀ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ। ସବୁ ବ୍ଲକରେ ପି-ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ଏଭଳି ୫୦ ବ୍ଲକରେ ଅଫ୍‌ଲାଇନରେ କରାଯିବ। ଚଳିତବର୍ଷ ନୂଆ ଏମ୍‌ଏସ୍‌ପି ଦରରେ କିଣାଯିବା ଧାନ। ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮ଶହ ୬୮ ଟଙ୍କା ଓ ଗ୍ରେଡ୍‌-ଏ ମାନର ଧାନ ୧୮ଶହ ୮୮ ଟଙ୍କାରେ କିଣାଯିବ ବୋଲି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।