ଧାନକିଣା ଦୁର୍ନୀତିରେ ୨ କର୍ମଚାରୀ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଧାନ କିଣା ଦୁର୍ନୀତିରେ ପାଟଣା ଥାନା ପୋଲିସ ଦୁଇ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଦ୍ଵୟ ହେଲେ ସାହାରପଡା ସମବାୟ ସମିତି ଏମ,ଡି ଖଗେଶ୍ୱର ମହାନ୍ତ ଓ ଟଭାସରୁଆ ସମବାୟ ସମିତି ବ୍ରାଞ୍ଚ ମ୍ୟାନେଜର ଚିତ୍ତରଞ୍ଜନ ନାଏକ। ସୂଚନା ଅନୁଯାୟୀ ସାହାରପଡା ବ୍ଲକର ୬୮ ଜଣ ଚାଷୀ ଗତ ୨୦୧୯ ବର୍ଷରେ ୩ ହାଜର ୬ ଶହ କ୍ଵିଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରିକରି ଟଙ୍କା ପାଇ ନଥିବାରୁ ଥାନାରେ ଅଭିଯୋଗ କରିଥିଲେ।

ମତାମତ ଦିଅନ୍ତୁ ।