ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ଵର : ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ୨୯୩୦ ଟଙ୍କାରୁ ବୃଦ୍ଧି କରାଯାଉ। ଏହି ଦାବି କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ।

ଚଳିତମାସ ୯ ତାରିଖରେ କେନ୍ଦ୍ର ସରକାର ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ଏମଏସପି ଘୋଷଣା କରିଛନ୍ତି। ସାଧାରଣ ମାନର ଧାନ ସହାୟକ ମୂଲ୍ୟ କ୍ୱିଂଟାଲ ପିଚ୍ଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗ୍ରେଡ-ଏ ଧାନର ଏମଏସପି ହୋଇଛି ୧୯୬୦ ଟଙ୍କା। କିନ୍ତୁ ମନ୍ତ୍ରୀ ସାହୁ କହିଛନ୍ତି ଏହା ରାଜ୍ୟର ଚାଷୀମାନଙ୍କୁ ସହାୟତା କରିବ ନାହିଁ। କୃଷକଙ୍କ ଆୟବୃଦ୍ଧି ହେବା ଆବଶ୍ୟକ। ତେଣୁ ଏସବୁ କଥାକୁ ବିଚାରକୁ ନେଇ ଧାନର ସହାୟକ ମୂଲ୍ୟକୁ କ୍ୱିଂଟାଲ ପିଚ୍ଛା ୨୯୩୦ ଟଙ୍କା କରାଗଲେ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ। ସୂଚନାଯୋଗ୍ୟ ଧାନର ଏମଏସପି ବୃଦ୍ଧି ପାଇଁ ୨୦୧୭ ମସିହାରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button