ଧରାପଡିଲେ ୯ ଲୁଟେରା : ୨୭ ମୋବାଇଲ୍‌ ଜବତ

ଭୁବନେଶ୍ଵର : କମିସନରେଟ୍‌ ପୋଲିସ ୯ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମନଙ୍କ ନିକଟରୁ ଜବତ ହୋଇଛି ୨୭ଟି ମୋବାଇଲ ଫୋନ୍‌।

ଖବର ଅନୁଯାୟୀ ନୂଆପଲ୍ଲୀ ଥାନା ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିତୋଟା ସାହିବସ୍ତିର ଭୁବନ ମହାନ୍ତି, ଖଣ୍ଡଗିରି ତେଲିସାହିର ରାକେଶ ସାହୁ, ନୀଳକଣ୍ଠନଗରର ବିଜୟ ସ୍ଵାଇଁ, ୟୁନିଟ୍‌ -୮ ସିବିଆଇ କଲୋନି ପଛପଟେ ରହୁଥିବା ବିରଞ୍ଚି ମୁଦୁଲି। ଏହି ଲୁଟେରାଙ୍କ ଠାରୁ ୧୬ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି।

ସେହିପରି ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଥାନା ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ୬ଟି ମୋବାଇଲ ଫୋନ୍ ଜବତ ହୋଇଛି। ଏହାଛଡା ବଡ଼ଗଡ଼ ପୋଲିସ ୩ ଲୁଟେରା ହେଲେ ପି. ରାମାରାଓ, ଆଲୋକ ପରମାଣିକ ଓ ସତ୍ୟସାଗର ପ୍ରଧାନଙ୍କୁ ଗିରଫ କରିଥିବା ବେଳେ ଲକ୍ଷ୍ମୀସାଗର ପୋଲିସ ସନ୍ତୋଷ ବେହେରାକୁ ଗିରଫ କରିଛି। କ୍ୟାପିଟାଲ ହସ୍‌ପିଟାଲର କର୍ମଚାରୀ ହେମନ୍ତ ବାରିକଙ୍କ ଘରୁ ୫ଟି ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ବିଚୁ ପଡ଼ିଆ ବସ୍ତିର ନବୀନ ଶତପଥୀକୁ ଗିରଫ କରି ୫ଟି ମୋବାଇଲ ଜବତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button