ଧର୍ମଘଟ ପାଇଁ ସୋମ ଓ ମଙ୍ଗଳବାର ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ଆସନ୍ତା ଦୁଇଦିନ ଅର୍ଥାତ ସୋମ ଓ ମଙ୍ଗଳବାର ବନ୍ଦ ରହିବ। ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ଛୁଟି ଥିବାରୁ କ୍ରମାଗତ ୪ ଦିନ ବ୍ୟାଙ୍କ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।

ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ବ୍ୟାଙ୍କ ୟୁନିୟନ ଗୁଡ଼ିକ ଧର୍ମଘଟ ଡାକରା ଦେଇଥିବାରୁ ମାର୍ଚ୍ଚ ୧୫ ଓ ୧୬ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡକରା ଦିଆଯାଇଛି। ୟୁଏଫବିୟୁ ପକ୍ଷରୁ କୁହାଯାଇଛି ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *

Back to top button