ଧର୍ମଶାଳା : ଗ୍ରାମବାସୀ ଓ ମାଫିଆ ମୁହାଁମୁହିଁ

ଯାଜପୁର : ଧର୍ମଶାଳା ତହସିଲର ମହିସରା ପଂଚାୟତ ରାହାଡ଼ପୁର କଳାପଥର ପାହାଡ଼ରେ ବେଆଇନ ଖନନ, ପରିବହନ ଓ କ୍ରସର ଚାଲିବାକୁ କେନ୍ଦ୍ରକରି ଗ୍ରାମବାସୀ ଓ ମାଫିଆ ମୁହାଁମୁହିଁ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। କ୍ରସର ମାଲିକ କିଛି ମାଫିଆଙ୍କୁ ଆଣି ଗ୍ରାମବାସୀଙ୍କୁ ବୋମା ଓ ମାଉଜର ଧମକ ଦେବାରୁ ଗ୍ରାମବାସୀମାନେ ସଙ୍ଘବଦ୍ଧ ହୋଇ ମାଫିଆ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେl ଫଳରେ ମାଫିଆମାନେ ଭୟରେ ଦୁଇଟି ଗାଡ଼ି ଛାଡ଼ି ଗୋଟିଏ ଖୋଲା ଗାଡ଼ିରେ ପଳେଇ ଯାଇଥିଲେ। ଖବର ପାଇ ଜେନାପୁର ପୋଲିସ ଗାଡ଼ି ଦୁଇଟିକୁ ଜବତ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।