ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଗାଡ଼ି ଉପରେ ବୋମାମାଡ଼

ଯାଜପୁର : ଧର୍ମଶାଳା ଥାନା ଇମାମନଗର ନିକଟରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ଏହି ଘଟଣାରେ ସର୍ବେଶ୍ୱର ଓ ତାଙ୍କ ସହିତ ଥିବା ଜଣେ ବ୍ୟକ୍ତି ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ସର୍ବେଶ୍ୱର ଓ ଅନ୍ୟ ଜଣେ ବ୍ୟକ୍ତି ଅଷ୍ଟପ୍ରହରୀ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତିନିଟି ବୋମାମାଡ କରିଥିଲେ। ଏହି ଘଟଣାର କାରଣ କ’ଣ ଓ କାହାର ଏଥିରେ ହାତ ରହିଛି ତାହା ଜଣାପଡିନି। ପୋଲିସ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button