ଧର୍ମେନ୍ଦ୍ରଙ୍କ ସହିତ ବର୍ଷେହେଲା ହେମାଙ୍କର ସାକ୍ଷାତ ହୋଇନି

0

ମୁମ୍ୱାଇ : କରୋନା ସମୟରେ ବଲିଉଡ‌୍‍‌ର ଭେଟେରାନ‌୍‍ ଷ୍ଟାର ଧର୍ମେନ୍ଦ୍ର ପରିବାର ଠାରୁ ନିଜକୁ ଦୂରେଇ ରଖିଛନ୍ତି। ବର୍ଷେ ହେଲା ପତ୍ନୀ ହେମାମାଳିନୀଙ୍କ ସହିତ ତାଙ୍କର ଦେଖାସାକ୍ଷାତ ହୋଇନଥିବା ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ ଧର୍ମେନ୍ଦ୍ର ମୁମ୍ୱାଇରୁ ଦୂରରେ ଥିବା ଫାର୍ମ ହାଉସରେ ରହୁଛନ୍ତି। ସେ କାହାକୁ ସାକ୍ଷାତ କରୁନାହାନ୍ତି। ଏ ସମ୍ପର୍କରେ ହେମା ମାଳିନୀ ଏକ ସାକ୍ଷାତକାରରେ କହିଛନ୍ତି ବର୍ତ୍ତମାନ ଏକାଠି ସମୟ ବିତାଇବା ଅପେକ୍ଷା ଆମେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁଛୁ। ଆମେ ଏକ କଠିନ ସମୟ ଦେଇ ଗତି କରୁଛୁ। ଯଦି ଏହି ସଭ୍ୟତାକୁ ବଞ୍ଚାଇବାକୁ ପଡିବ ତେବେ ଆମକୁ ଦୃଢ ହେବାକୁ ପଡିବ।

କିଛିଦିନ ପୂର୍ବରୁ ଧର୍ମେନ୍ଦ୍ର କରୋନା ଭ୍ୟାକ୍ସିନ୍ ନେଉଥିବା ଏକ ଭିଡିଓ ଟ୍ୱିଟରରେ ସେୟାର କରିଥିଲେ। ଏହି ସମୟରେ ସେ କହିଥିଲେ ଲକଡାଉନକୁ ଲକରେ ରଖିବାକୁ ହେଲେ ଦୁଇ ଗଜ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ। ପିଲାମାନଙ୍କୁ ଏହାର ଆବଶ୍ୟକତା ରହିଛି। ଧର୍ମେନ୍ଦ୍ର କ୍ୟାପସନରେ ଲେଖିଥିଲେ ଟୁଇଟ୍ କରୁ କରୁ ଜୋସ୍ ଆସିଗଲା। ମୁଁ ଚାଲିଗଲି ଭ୍ୟାକ୍ସିନ୍ ପାଇଁ। ଏହା ବିଲକୁଲ୍ ସୋ ନୁହେଁ ବରଂ ଆପଣଙ୍କୁ ପ୍ରେରଣା ଦେବା ପାଇଁ। ବନ୍ଧୁମାନେ ଦୟାକରି ଯତ୍ନ ନିଅନ୍ତୁ।

Leave A Reply

Your email address will not be published.