ଧଉଳିର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

ଭୁବନେଶ୍ଵର : ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଓ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ। କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ଗତ ୧୫ ତାରିଖରେ ଧଉଳି ପରିଦର୍ଶନ କରିବା ସହିତ ସେଠାରେ ରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ଶାନ୍ତି ସ୍ତୁପର ମରାମତି କରିବ ଧଉଳି ଡେଭଲପମେଣ୍ଟ କମିଟି। ଶନିବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ସର୍କିଟ୍ ହାଉସରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗର ଏକ ଇଂଜିନିୟରିଂ ଟିମ୍ ସ୍ତୁପର ଟିକିନିଖି ଯାଞ୍ଚ କରିବେ। ଯାଞ୍ଚ ପରେ ଧଉଳି ଡେଭଲପମେଣ୍ଟ କମିଟିର ଫଣ୍ଡରେ ମରାମତି କାମ କରାଯିବ। ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅଧିକ ଅର୍ଥ ମଗାଯିବ ବୋଲି ଯୋଜନା ହୋଇଛି। କଳିଙ୍ଗ ବୁଦ୍ଧ ନିପନ ସଂଘ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛି। ତେବେ କାମ ଆରମ୍ଭ କରିବା ପୂର୍ବରୁ ସଂଘ ସହ ଆଲୋଚନା କରି ମରାମତି କଲେ ଭଲ ହେବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।