ଡିଆରଡିଏ କିରାଣୀଙ୍କ ମୃତ୍ୟୁର ତଦନ୍ତ ଦାବିରେ ଧାରଣା

କେନ୍ଦୁଝର : କେନ୍ଦୁଝର ଡିଆରଡିଏ କିରାଣୀ ରଘୁନାଥ ନାଏକଙ୍କର ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ଦାବିରେ ଘୁଟୁର୍ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ସେଠାରେ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ବୁଝାସୁଝା କରିବ ସହିତ ମାମଲା ରୁଜୁକରି ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଖବର ଅନୁଯାୟୀ ଗତ ୭ ତାରିଖ ଦିନ ରଘୁନାଥ ଅଫିସକୁ ଯାଇ ଆଉ ଫେରି ନ ଥିଲେ। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କେହି ଫୋନରେ କହିବାରୁ ପରିବାର ଲୋକ ରଘୁନାଥଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର କଟକରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ରଘୁନାଥଙ୍କ ପତ୍ନୀ କହିଛନ୍ତି ୭ ତାରିଖ ଦିନ ମୋ ସ୍ୱାମୀ କହିଲେ କଣ୍ଟ୍ରୋଲରୁମ୍‌ ଡ୍ୟୁଟିରେ ଅଛି ୯ଟା ବେଳେ ଘରକୁ ଫେରିବି। କିନ୍ତୁ ଆଉ ଘରକୁ ଫୋନ୍‌ କରିନଥିଲେ। ତାଙ୍କୁ ସକାଳୁ ଫୋନ୍‌ କରିବାରୁ କେହି ରିସିଭ୍‌ କଲେନି। କେମିତି ଦୁର୍ଘଟଣା ଘଟିଲା ଓ ମେଡିକାଲ କେମିତି ଗଲେ କିଛି ଜାଣିନୁ। ତାଙ୍କ ଦେହରେ କିଛି ଆଘାତ ନାହିଁ। ହେଲମେଣ୍ଟ ପିନ୍ଧିଥିବେ। ମୁଣ୍ଡରେ ଏତେ ଜୋର ମାଡ଼ ହେଲା କେମିତି ବୋଲି ସେ ପ୍ରଶ୍ନ କରିଥିବା ବେଳେ ଘଟଣାର ପ୍ରକୃତ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button