ଡିଆରଡିଓ ପ୍ରସ୍ତୁତ କରିଛି ସ୍ଵତନ୍ତ୍ର ଅକ୍ସିଜେନ ସିଲିଣ୍ଡର

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହରରେ ସଂକ୍ରମଣ ବଢି ଚାଲିଛି। ଏବେ ବଡ ସମସ୍ୟା ହୋଇଛି ଡାକ୍ତରଖାନା ଗୁଡ଼ିକରେ ଅକ୍ସିଜେନ ସିଲିଣ୍ଡରର ଅଭାବ। ଏହାକୁ ଦୃଷ୍ଟିରେ ରଖି ଡିଆରଡିଓ ପକ୍ଷରୁ ଏକ ସ୍ଵତନ୍ତ୍ର ପ୍ରକାରର ଅକ୍ସିଜେନ ଡେଲିଭରୀ ସିଷ୍ଟମ ତିଆରି କରାଯାଇଛି। ଯାହା ବର୍ତ୍ତମାନର ପରିପ୍ରେକ୍ଷୀରେ ଉପଯୋଗୀ ହୋଇପାରିବ।

ଖବର ଅନୁଯାୟୀ ଡିଆରଡିଓ ପ୍ରସ୍ତୁତ କରିଥିବା ଏସପିଓଟୁ ଭିତ୍ତିକ ଅକ୍ସିଜେନ ଡେଲିଭରୀ ସିଷ୍ଟମକୁ ପାହାଡ଼ିଆ ଅଂଚଳରେ ମୁତୟନ ସୈନିକମାନଙ୍କ ପାଇଁ କରାଯାଇଛି। କାରଣ ଉଚ୍ଚ ପାର୍ବତ୍ୟାଞ୍ଚଳରେ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ କମ ଥିବାରୁ ସୈନିକମାନେ ହାଇପକ୍ସିଆ ନାମକ ସ୍ଥିତିରେ ପଡ଼ି ମୃତ୍ୟୁବରଣ କରନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ଡିଆରଡିଓ ବିଗତ କିଛି ବର୍ଷର ଗବେଷଣା ପରେ ଏହି ଅକ୍ସିଜେନ ଡେଲିଭରୀ ସିଷ୍ଟମକୁ ପ୍ରସ୍ତୁତ କରିଛି। ଏହି ଉପକରଣଟି ଶସ୍ତା ଓ ବ୍ୟବହାର ପାଇଁ ସହଜ ହୋଇଥିବାରୁ କରୋନା ରୋଗୀଙ୍କ ପାଇଁ ସହାୟକ ହୋଇପାରିବ।

Leave a Reply

Your email address will not be published. Required fields are marked *

Back to top button