ଦିଅର-ଭାଉଜରୁ ପତି-ପତ୍ନୀ: ଚପଲ ମାଳ ପିନ୍ଧାଇଲେ ଗାଁ ଲୋକେ

ରାଜଗାଙ୍ଗପୁର : ଦିଅର-ଭାଉଜଙ୍କ ଅନୈତିକ ସମ୍ପର୍କକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କୁଶୁଣିଆ ଗ୍ରାମ ପଞ୍ଚାୟତ ପକରପଡା ଗାଁରେ ଉତ୍ତେଜନା। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ଉଭଯଙ୍କୁ ଲୋକେ ଗାଁ ଦାଣ୍ଡରେ ଚପଲ ମାଳ ପିନ୍ଧାଇଛନ୍ତି। ଶନିବାର ଏହି ଘଟଣା ଘଟିଥିବା ବେଳେ ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଖବର ଅନୁଯାୟୀ ପକରପଡା ଗାଁର ବିବାହିତ ଯୁବକ ଜିତେନ ବରୁଆଙ୍କ ସହ ସେହି ଗାଁର ଜିତେନଙ୍କ ସଂର୍ପକୀୟ ଭାଉଜର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତା’ପରେ ଶାରୀରିକ ସଂର୍ପକ। ଯାହାକୁ ଗାଁ ଲୋକେ ବାରଣ କରିଥିଲେ। କିନ୍ତୁ ସେମାନଙ୍କ ଉପରେ କୌଣସି ପ୍ରଭାବ ନପଡିବାରୁ ଉଭୟଙ୍କ ପ୍ରେମ ସଂର୍ପକକୁ ନେଇ ଗାଁ ଚର୍ଚ୍ଚା ଲାଗିରହିବା ସହିତ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥିଲା।

ଗତ ୧୫ ତାରିଖ ଦିନ ପ୍ରେମିକା ଭାଉଜଙ୍କୁ ଧରି ଜିତେନ ବରୁଆ ଗାଁରୁ ଅନ୍ୟତ୍ର ଚାଲିଯିବାରୁ ମହିଳାଙ୍କ ସ୍ଵାମୀ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସମସ୍ତଙ୍କ ମତାମତ ନେବାପରେ ଆପୋଷ ସମାଧାନ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ପ୍ରେମିକ ଦିଅରର ପତ୍ନୀ ହୋଇ ରହିବେ ପ୍ରେମିକା ଭାଉଜ। ତାଙ୍କ ତିନି ସନ୍ତାନଙ୍କୁ ସାଙ୍ଗରେ ରଖିବେ ଜିତେନ। ଏହି ସମାଧାନର ଦୁଇଦିନ ପରେ ଅର୍ଥାତ ଗତ ୧୮ ତାରିଖରେ ନୂଆ ପଟି-ପତ୍ନୀ ସାଜିଥିବା ଦିଅର-ଭାଉଜ ଗାଁକୁ ଫେରିଥିଲେ। କିନ୍ତୁ ଗାଁ ଲୋକେ ଦୁହିଁଙ୍କ ବେକରେ ଚପଲ ମାଳ ପିନ୍ଧାଇ ଦାଣ୍ଡରେ ବୁଲାଇଲେ। ଏହାପରେ ସେମାନଙ୍କୁ ବାସନ୍ଦ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।