ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ

ଭୁବନେଶ୍ୱର : ଡିିବିଏସ୍ ଗ୍ରୁପ୍ ହୋଲ୍‌ଡିଂସ୍ ଲିମିଟେଡ୍‌ର ମାଲିକାନାରେ ଥିବା ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ (ଡିବିଆଇଏଲ୍‌) ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ (ଏଲ୍‌ଭିବି)ର ମିଶ୍ରଣ ହୋଇଛି। ବ୍ୟାଙ୍କିଙ୍ଗ ନିୟାମକ ନିୟମ, ୧୦୪୯ର ଧାରା ୪୫ରେ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଥିବା ଅଧିକାର ଅନୁସାରେ ଏହି ମିଶ୍ରଣ ସ୍କିମ୍ ପ୍ରସ୍ତୁତ ହୋଇଛି ଏବଂ ୨୦୨୦ ନଭେମ୍ବର ୨୭ରୁ ତାହା କାର୍ଯ୍ୟକାରୀ କରାଯାଇଛି।

ଅନେକ ସମୟର ଅନିଶ୍ଚିତତା ପରେ ଏହି ମିଶ୍ରଣ ଏଲଭିବିର ଜମାକାରୀ, ଗ୍ରାହକ ଏବଂ କର୍ମଚାରୀମାନଙ୍କୁ ସ୍ଥିରତା ଏବଂ ଉତମ ଭବିଷ୍ୟତ ପ୍ରଦାନ କରିଛି। ଏଲଭିବି ଉପରେ ଲଗାଯାଇଥିବା କଟକଣାକୁ ୨୦୨୦ ନଭେମ୍ବର ୨୭ରୁ ପ୍ରତ୍ୟାହାର କରାଯାଇଛି ଏବଂ ସବୁ ଶାଖା, ଡିଜିଟାଲ୍ ଚ୍ୟାନେଲ୍‌କୁ ତୁରନ୍ତ ସ୍ୱାଭାବିକ କରାଯାଇଥିବା ବେଳେ ଏଟିଏମ୍ କାର୍ଯ୍ୟ ସ୍ୱାଭାବିକ ହୋଇଛି । ଏଲ୍‌ଭିବି ଗ୍ରାହକମାନେ ସବୁ ବ୍ୟାଙ୍କ ସେବା ହାସଲ କରିପାରିବେ । ସଂଚୟ ଖାତାର ସୁଧ ହାର ଏବଂ ଫିକ୍ସ ଡିପୋଜିଟ୍‌ର ସୁଧ ପରର୍ବତୀ ସୂଚନା ପର୍ଯ୍ୟନ୍ତ ପୂର୍ବଭଳି ଜାରି ରହିବ । ଏଲଭିବିର ସମସ୍ତ କର୍ମଚାରୀ ଡିବିଆଇଏଲ୍‌ର କର୍ମଚାରୀରେ ପରିଣତ ହୋଇଛନ୍ତି ଏବଂ ଏଲଭିବି ପାଇଁ ସେମାନଙ୍କ ଯେଉଁ ସେବା ସର୍ତାବଳୀ ରହିଥିଲା ତାହା ଜାରି ରହିବ।

  ଜେଇଇ ମେନ୍ ପାଇଁ ୭୫ % ନମ୍ବର ଆବଶ୍ୟକ ନାହିଁ

ଏଲଭିବିର ବ୍ୟବସ୍ଥାକୁ ଡିବିଏସ୍ ସହ ସମନ୍ୱିତ କରିବା ଲାଗି ଉଭୟ ଟିମ୍ ମିଳିତ ଭାବେ କାମ କରିବେ । ଏହା ପରେ ଗ୍ରାହକମାନେ ଡିବିଏସ୍‌ର ସମଗ୍ର ସେବା ହାସଲ କରିପାରିବେ । ଏହି ମିଶ୍ରଣକୁ ସହାୟତା ଦେବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଡିବିଏସ୍ ଗ୍ରୁପ୍ ୨୫୦୦ କୋଟି ଟଙ୍କା ଡିବିଆଇଏଲ୍‌କୁ ଦେବ ।
୧୯୯୪ ପରଠାରୁ ଡିବିଏସ୍ ଭାରତରେ ରହିଛି ଏବଂ ଭାରତ କାରବାରକୁ ଏକ ସମ୍ପୂର୍ଣ୍ଣ ସହଯୋଗୀରେ ୨୦୧୯ ମାର୍ଚରେ ରୂପାନ୍ତରିତ କରିଛି । ଫୋର୍ବସ୍‌ର ୨୦୨୦ର ବିଶ୍ୱର ଶ୍ରେଷ୍ଠ ବ୍ୟାଙ୍କ ତାଲିକାରେ ଡିବିଏସ୍‌ର ନାମ ରହିଛି ଯାହାକୁ ବିଶ୍ୱର ୪୦,୦୦୦ରୁ ଅଧିକ ବ୍ୟାଙ୍କ ଗ୍ରାହକଙ୍କୁ ସର୍ଭେ କରି ପ୍ରସ୍ତୁତ କରାଯାଇଥିଲା । ନ୍ୟୁୟର୍କର ଗ୍ଲୋବାଲ୍ ଫାଇନାନ୍ସ ପକ୍ଷରୁ ଡିବିଏସ୍‌କୁ ଏସିଆର ସୁରକ୍ଷିତ ବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯାଇଛି ।

ସୁରୋଜିତ ସୁମୋ, ସିଇଓ, ଡିବିଏସ୍ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଏଲଭିବିର ମିଶ୍ରଣ ଆମକୁ ଏଲଜିବିର ଜମାକାରୀ ଏବଂ କର୍ମଚାରୀଙ୍କୁ ସ୍ଥିରତା ପ୍ରଦାନ କରିବାରେ ସହାୟକ ହୋଇଛି । ଏହା ଆମକୁ ଏକ ବ୍ୟାପକ ଗ୍ରାହକ ବର୍ଗ ଏବଂ ସହରରେ ଉପସ୍ଥିତି ପ୍ରଦାନ କରିଛି ଯେଉଁଠାରେ ଆମେ ପୂର୍ବରୁ ଉପସ୍ଥିତ ନଥିଲୁ । ଏଲଭିବିର ବ୍ୟାଙ୍କିଙ୍ଗ୍ କ୍ଲାଏଂଟ୍‌ମାନଙ୍କ ଏକ ଦୃଢ଼ ବ୍ୟାଙ୍କିଙ୍ଗ୍ ସହଯୋଗୀ ହେବା ପାଇଁ ଆମ ନୂତନ ସହକର୍ମୀଙ୍କ ସହ କାମ କରିବାକୁ ଆମେ ଚାହିଁ ରହିଛୁ।

ମତାମତ ଦିଅନ୍ତୁ ।