ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0

ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ। ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଯୁବକ ଏପରି ଲଜ୍ଜାଜଣକ କାର୍ଯ୍ୟ କରିଥିବା କପ୍ତିପଦା ଥାନାରେ ଅଭିଯୋଗ ହୋଇଛି।

ଖବର ଅନୁଯାୟୀ କପ୍ତିପଦା ଥାନା ଅଂଚଳର ଦିବ୍ୟାଙ୍ଗ ଯୁବତୀ ଜଣକ କଥା କହି ପାରନ୍ତି ନାହିଁ। ଘଟଣା ଦିନ ସନ୍ଧ୍ୟା ସମୟରେ ପକ୍ଷାଘାତରେ ପୀଡିତ ବାପାଙ୍କ ସହିତ ଥିବାବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଯୁବତୀଙ୍କୁ ଟେକି ନେଇ ଘର ପଛପଟେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପରେ ପୀଡ଼ିତା ଯୁବତୀ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ କପ୍ତିପଦା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.