ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିର୍ବାଚନ ମାମଲା ହାଇକୋର୍ଟରେ ରଦ୍ଦ

କଟକ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ହୋଇଥିବା ନିର୍ବାଚନ ମାମଲାକୁ ଆଜି ହାଇକୋର୍ଟ ରଦ୍ଦ କରିଛନ୍ତି। ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ଏହି ମାମଲା ଚାଲିପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ନିର୍ବାଚନ ସମୟରେ ଦିବ୍ୟଶଙ୍କର ମିଶ୍ର ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇ ଥିବା ଅଭିଯୋଗ ହୋଇଥିଲା। ଏନେଇ ଜୁନାଗଡା ମାଜିଷ୍ଟ୍ରେଟଙ୍କ ନିକଟରେ ମାମଲା ରୁଜୁ କରିଥିଲେ ଦିବ୍ୟଶଙ୍କରଙ୍କ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ। ମାଜିଷ୍ଟ୍ରେଟ ମାମଲାଟିକୁ ବିଚାର ପାଇଁ ଗ୍ରହଣ କରିଥିଲେ। କିନ୍ତୁ ଦିବ୍ୟଶଙ୍କର ମିଶ୍ରଙ୍କ ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଆବେଦନକୁ ଗ୍ରହଣ କରି ତାଙ୍କ ବିରୋଧରେ ମାମଲା ଚାଲି ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।