ଦିଦିଙ୍କ ଲୋକ ନସୁଧୁଲେ ଶ୍ମଶାନ ପଠାଇ ଦିଆଯିବ

କୋଲକାତା : ବିବାଦୀୟ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ। ସେ କହିଛନ୍ତି ମମତା ଦିଦିଙ୍କ ଲୋକେ ଯେଉଁମାନେ ବଦମାସି କରୁଛନ୍ତି ସେମାନେ ୬ ମାସ ଭିତରେ ସୁଧୁରି ଯାଆନ୍ତୁ। ନଚେତ ଗୋଡ଼-ହାତ ଭାଙ୍ଗିବା ସହ ମୁଣ୍ଡ ଫଟାଇ ଦିଆଯିବ। ଘରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିବ। ଯଦି ଏଥିରେ ବଦମାସି ନକମେ ତେବେ ସେମାନଙ୍କୁ ଶଶ୍ମାନ ପଠାଇ ଦିଆଯିବ।

ସେହିପରି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ହଳଦିଆର ଏକ ଜନସଭାରେ ଦିଲ୍ଲୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିଥିଲେ ‘ଶାଢ଼ୀ ପିନ୍ଧା ହିଟଲର’। ଏଥିସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍‌ରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ସେ ମମତାଙ୍କୁ ଟାର୍ଗେଟ କରି ତାଙ୍କ ନାଁ ଇତିହାସରେ ‘ଶାଢ଼ୀ ପିନ୍ଧା ହିଟଲର’ ଲେଖାଯିବ କହିଥିବା ବେଳେ କିଛି ବି ହେଇଯାଉ ବିଜେପି ଆଗକୁ ବଢ଼ିବ ବୋଲି ଦିଲ୍ଲୀପ ମତ ଦେଇଥିଲେ।

ମତାମତ ଦିଅନ୍ତୁ ।