ଡିଏଲ୍ ଓ ଏଲଏଲ୍ ଟେଷ୍ଟ ବାତିଲ

0

ଭୁବନେଶ୍ଵର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରୁ ବିଭାଗ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ କରାଯିବ ନାହିଁ।

ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମୟରେ ଏହିପରି ପଦକ୍ଷେପ ନିଆଯାଇଥିଲା। କରୋନା ସ୍ଥିତିରେ ସୁଧାର ଆସିବା ପରେ କଟକଣା ଅନୁଯାୟୀ ଅଳ୍ପ କିଛି ଲୋକଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିଥିଲା।

Leave A Reply

Your email address will not be published.