ଡିଜେନ୍ ପୁରସ୍କାର-୨୦୨୦ ପାଇଁ ଓଡ଼ିଶାର କୃଷି ଭବନ ମନୋନୀତ

ଭୁବନେଶ୍ୱର : ଚଳିତ ବର୍ଷ ବିଶ୍ୱର ସମ୍ମାନଜନକ ଡିଜେନ ପତ୍ରିକା ଦ୍ୱାରା ଦିଆଯାଉଥିବା ଡିଜେନ ପୁରସ୍କାର ୨୦୨୦ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର କୃଷି ଭବନ। କୃଷି ଭବନ ଆର୍କିଟେକଚର ବର୍ଗ ଅନ୍ତର୍ଗତ ସିଭିକ ବିଲଡିଂ (ସର୍ବସାଧାରଣ ଅଟ୍ଟାଳିକା) ଉପବର୍ଗରେ ରହିଛି।

ପ୍ରାୟ ୧.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ନିର୍ମିତ ଏହି କୃଷିଭବନକୁ ଦିଲ୍ଲୀର ଷ୍ଟୁଡିଓ ଲୋଟସ ପକ୍ଷରୁ ଡିଜାଇନ କରାଯାଇଛି। ଏହାର ଡିଜାଇନରେ ଓଡ଼ିଶାର କଳାକୁ ପ୍ରଦର୍ଶିତ କରାଯାଇଛି। ୨୦୧୩ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୮ରେ ଏହାକୁ ବ୍ୟବହାର ନିମନ୍ତେ ଖୋଲାଯାଇଥିଲା। ଏଥିପାଇଁ ୭୦ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ଓଡ଼ିଶାର କୃଷିବିଭାଗ ପାଇଥିବା କୃଷିକର୍ମଣ ପୁରସ୍କାର ରାଶି ଉପଯୋଗ କରି ଏହାକୁ ନିର୍ମାଣ କରାଯାଇଥିଲା।

କୃଷି ଓ କୃଷକ ସଶକ୍ତକରଣ ଚିନ୍ତାଧାରାରେ ପ୍ରସ୍ତୁତ ଏହା ଆଧୁନିକ ଓ ପାରମ୍ପରିକ ସ୍ଥାପତକଳାର ଏକ ଅପୂର୍ବ କୃତି ବୋଲି ପତ୍ରିକା ପକ୍ଷରୁ କୁହାଯାଇଛି। କୃଷି ଭବନ ପୂର୍ବରୁ ବିଶ୍ଵବର ପ୍ରମୁଖ ପତ୍ରିକାରେ ସ୍ଥାନ ପାଇଛି। ଗତବର୍ଷ ଏହା ଫୋବର୍ସ, ଆର୍କଡେଲି, ଆର୍କିଟେକଚରାଲରେକର୍ଡ ଆଦିରେ ସ୍ଥାନ ପାଇଥିଲା। ସେହିପରି ଗତ ବର୍ଷ ଆମଷ୍ଟରଡାମ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଆର୍କିଟେକଚର ଫେଷ୍ଟିଭାଲରେ ସ୍ଥାନ ପାଇଥିଲା।

ମତାମତ ଦିଅନ୍ତୁ ।