ଡିଜିଟାଲ ମିଡିଆ ସାମ୍ୱାଦିକଙ୍କୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଗାମୀ ଦିନରେ ଡିଜିଟାଲ ଜର୍ଣ୍ଣାଲିଜିମକୁ ପ୍ରୋତ୍ସାହନ ଦେବେ। ଶୁକ୍ରବାର କେନ୍ଦ୍ର ସରାକରଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଏପରିକି ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) କାର୍ଡ ମଧ୍ୟ ଡିଜିଟାଲ ସାମ୍ୱାଦିକଙ୍କୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ସେହିପରି ସରକାରୀ ସାମ୍ୱାଦିକ ସମ୍ମିଳନୀକୁ ସରକାରୀ ଭାବେ ଆମନ୍ତ୍ରଣ ସହିତ ପ୍ରଶ୍ନ ପଚାରିବା ପାଇଁ ରହିବ ସୁଯୋଗ। ଅର୍ଥାତ୍ ଇଲେକ୍ଟ୍ରୋନିକ୍ସ ମିଡିଆ ଓ ଖବରକାଗଜ ଭଳି ସମସ୍ତ ସୁବିଧା ସୁଯୋଗ ଡିଜିଟାଲ ମିଡିଆକୁ ମିଳିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।