ଡିଜିଟାଲ୍‌ରେ ତମନ୍ନା ଭାଟିୟା

ମୁମ୍ବାଇ : ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌କୁ ଆସିଥିବା ତମନ୍ନା ଭାଟିୟା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ‘ହିମ୍ମତ୍‌ୱାଲା’, ‘ହମ୍‌ସକଲ୍‌ସ’, ‘ଏଣ୍ଟର୍‌ଟେନ୍‌ମେଣ୍ଟ’ ଓ ଆହୁରି ଅନେକ ଫିଲ୍ମରେ ସେ ଅକରିଛନ୍ତି ଅଭିନୟ। ଦୀର୍ଘ ୧୫ ବର୍ଷ ତାମିଲ, ତେଲୁଗୁ ଓ ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ କାମ କରିସାରିଲେଣି। ଏବେ ନୂଆ ଏକ୍ସପେରିମେଣ୍ଟ ମନ ବଳାଇଛନ୍ତି। ଯାହା ଶର୍ଟ ଷ୍ଟୋରୀ ଭାବେ ସବୁରି ଧ୍ୟାନ ଆକର୍ଷଣ କରୁଛି।

ଲକ୍‌ଡାଉନ୍‌ରେ ଘରେ ବସି ଫିଲ୍ମ ପାଇଁ ଅପେକ୍ଷା କରିବା ପରିବର୍ତ୍ତେ ତମନ୍ନା ୱେବ୍‌ ସିରିଜ୍‌ ପାଇଁ ସାଇନ୍‌ କରିଥିଲେ। ୱେବ୍‌ ଦୁନିଆରେ ଏଣ୍ଟ୍ରି କରିବା ନିଷ୍ପତ୍ତି ସମ୍ପର୍କରେ ତମନ୍ନା କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଫିଚର୍‌ ଫିଲ୍ମର କୌଣସି ଅର୍ଥ ରହିବ ନାହିଁ। ଆଗାମୀ ଦୁଇବର୍ଷ ଡିଜିଟାଲ୍‌ ଦୁନିଆରେ ଖୁବ୍‌ ବିକାଶ ହେବ। ଆମେ ସମେସ୍ତ ଏହା ହିଁ ଦେଖୁଛୁ। ଆମେ ଏହାକୁ ସହଜରେ ପାଇପାରୁଥିବାରୁ ମନୋରଞ୍ଜନ କ୍ଷେତ୍ରରେ ଏହା ଏକମାତ୍ର ମାଧ୍ୟମ ହୋଇଛି। ମନୋରଞ୍ଜନର ଏହି ମାଧ୍ୟମକୁ କଳାକାରମାନେ ଆଦରିନେବା ଆବଶ୍ୟକ। କଳାକାରଙ୍କୁ ୱେବ୍‌ ଦୁନିଆ ଭିନ୍ନ କାହାଣୀ, ଭିନ୍ନ ଚରିତ୍ର ଓ ମଞ୍ଚ ଦେଉଥିବାରୁ ସମେସ୍ତ ଏହାକୁ ଗ୍ରହଣ କରିବା କଥା ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।