ଦିଲୀପଙ୍କ ଜେଲ୍ ଦଣ୍ଡାଦେଶକୁ ସସ୍ପେଣ୍ଡ୍ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ ସସ୍ପେଣ୍ଡ୍ କରିଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି।

୧୯୯୯ ଝାଡ଼ଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ସମେତ ଅନ୍ୟ ତିନିଜଣଙ୍କୁ ୩ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ଏହାର କିଛି ସମୟ ପରେ ୪ ଜଣଙ୍କୁ ଜାମିନ ମିଳିଥିଲା। ଏ ମଧ୍ୟରେ ରହିଛନ୍ତି ତତ୍କାଳୀନ କୋଇଲା ସଚିବ ପ୍ରଦୀପ ବାନାର୍ଜୀ, ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ। ଦିଲୀପଙ୍କ ସମେତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ, କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡକୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ରାୟ ବିରୋଧରେ ଦିଲୀପ ଦିଲ୍ଲୀ ହାଇକୋର୍ଟ ଯାଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।