ଦିଲ୍ଲୀରେ ସ୍ୱତନ୍ତ୍ର ଆଇନ ଲାଗୁ : ଏଣିକି ଉପରାଜ୍ୟପାଳଙ୍କ ହାତରେ ଅଧିକ କ୍ଷମତା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଛି କେନ୍ଦ୍ର ସରକାର ଆଣିଥିବା ସ୍ୱତନ୍ତ୍ର ଆଇନ। ଦ ଗଭର୍ଣ୍ଣମେଣ୍ଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ସଂଶୋଧିତ) ଆଇନ ୨୦୨୧ ଲାଗୁ ଫଳରେ ହୋଇଥିବାରୁ ଉପରାଜ୍ୟପାଳଙ୍କୁ ସରକାର ଭାବେ ବୁଝାଇବ। ନିର୍ବାଚିତ ସରକାରଙ୍କ ଠାରୁ ଉପରାଜ୍ୟପାଳଙ୍କର ଅଧିକ କ୍ଷମତା ରହିବ।

ଖବର ଅନୁଯାୟୀ ଏପ୍ରିଲ ୨୭ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି। ଏଣିକି ଦିଲ୍ଲୀ ସରକାର ଯେକୌଣସି କାର୍ଯ୍ୟନିର୍ବାହୀ ନିଷ୍ପତ୍ତି ନେବା ପୂର୍ବରୁ ଉପ ରାଜ୍ୟପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଏପରିକି ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଉପ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯିବ। ଉପ ରାଜ୍ୟପାଳ ଏହାକୁ ଆଇନରେ ପରିଣତ କରାଯିବ ନା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ସେ ସମ୍ପର୍କରେ ନିଷ୍ପତ୍ତି ନେବେ। ସୂଚନାଯୋଗ୍ୟ ଏହି ବଲ୍ ମାର୍ଚ୍ଚ ୨୨ରେ ଲୋକସଭା ଓ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ପାରିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button