ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ ଛାଡ଼ିବେ। ଦୀର୍ଘ ଦିନ ଧରି ତାଙ୍କ ଛାତିରେ ସଂକ୍ରମଣର ସମସ୍ୟା ଥିବାରୁ ସେ କିଛିଦିନ ଗୋଆ ବା ଚେନ୍ନାଇରେ ରହିବେ। ଦଳୀୟ ସୂତ୍ରରୁ ଏ ନେଇ ସୂଚନା ମିଳିଛି। ଖବର ଅନୁଯାୟୀ ସୋନିଆ ଗାନ୍ଧି ଆଜି ଦିଲ୍ଲୀ ଛାଡ଼ିବାର ସମ୍ଭାବନା ରହିଛି। ତାଙ୍କ ସାଥିରେ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ଭଦ୍ରା ଯିବେ ବୋଲି ସୂଚନା ରହିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ତାଙ୍କ ଆସ୍ଥମା ଓ ଛାତି ସଂକ୍ରମଣକୁ ବଢ଼ାଇ ଦେଇଥିବାରୁ ଦିଲ୍ଲୀ ବାହାରକୁ ଯିବାପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।