ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ : ଗାଜିଆବାଦ ରେଳ ଷ୍ଟେସନ୍‌ରେ ଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଲଗେଜ୍‌ କମ୍ପାର୍ଟମେଣ୍ଟ୍‌ରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଥିବା କୋଚ୍‌ଟିକୁ ଟ୍ରେନ୍‌ରୁ କାଢ଼ି ଅଲଗା କରିଦିଆଯିବା ଫଳରେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

ଖବର ଅନୁଯାୟୀ ଟ୍ରେନ୍‌ଟି ଦିଲ୍ଲୀ ରେଳ ଷ୍ଟେସନ୍‌ରୁ ଲକ୍ଷ୍ନୌ ଯାଉଥିଲା। ଅଗ୍ନିଶିଖା ଦେଖିବା ମାତ୍ରେ ଟେନ୍‌ର ଗାର୍ଡ ସୂଚନା ଦେବାରୁ ତୁରନ୍ତ ଦମକଳ ବାହିନୀ ପ୍ଲାଟ୍‌ଫର୍ମକୁ ଆସି ନିଆଁ ଲିଭାଇବା ପାଇଁ ଅଭିଯାନ ଚଳାଇଥିଲେ। ପ୍ରାୟ ଏକ ଘଣ୍ଟା ଉଦ୍ୟମ ପରେ ନିଆଁ ଲିଭିଥିଲା। ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ। କିନ୍ତୁ ଏହି ଅଘଟଣ ଯୋଗୁ ଗାଜିଆବାଦ ଷ୍ଟେସନ୍‌ରେ ଦୁଇ ମିନିଟ୍‌ ଅଟକୁ ଥିବା ଏହି ଟ୍ରେନ୍‌ ଦେଢ଼ ଘଣ୍ଟା ପରେ ଅର୍ଥାତ ସକାଳ ୮:୨୦ରେ ଯାତ୍ରା ଆରମ୍ଭ କରିଥିଲା।

Leave A Reply

Your email address will not be published.