ଦିଲ୍ଲୀକୁ ୪୯୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମେଡିକାଲରେ ଅକ୍ସିଜେନ ଅଭାବରୁ ପାଇଁ ଅନେକ କରୋନା ରୋଗୀଙ୍କ ଜୀବନ ଯାଉଛି। ଏହିଭଳି ସମୟରେ କେନ୍ଦ୍ର ସରକାର ଅକ୍ସିଜେନ ମହଜୁଦ ଥିବା କହୁଥିଲେ ହେଁ ଦିଲ୍ଲୀ ସରକାରଙ୍କ କୋଟା ୪୯୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାରେ ବିଫଳ ହେଉଛନ୍ତି। ଏହାକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ଦୈନିକ ୪୯୦ ମେଟ୍ରିିକ ଟନ୍ ଅକ୍ସିଜେନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଛି ଅକ୍ସିଜେନ ଯୋଗାଇବାରେ କେନ୍ଦ୍ର ସରକାର ଆମକୁ ପ୍ରାଥମିକତା ଦେଉ ନାହାନ୍ତି। ଅକ୍ସିଜେନ ଟ୍ୟାଙ୍କର ପାଇଁ ଅନେକ ସଂଘର୍ଷ କରିବାକୁ ପଡୁଛି। ଏହା ଶୁଣିବା ପରେ କୋର୍ଟ କହିଛନ୍ତି ପରଦା ପଛରେ କ’ଣ ଚାଲିଛି ତାହା ଆମକୁ ଜାଣିବାକୁ ପଡିବ। ଆଡଭୋକେଟ ବିରାଟ ଗୁପ୍ତା କହିଛନ୍ତି ସେ ଜାଣିଛନ୍ତି ୧୨ଟି ରାଜନୈତିକ ଦଳ ଅକ୍ସିଜେନର କଳାବଜାରୀ କରୁଛନ୍ତି। ଏହାପରେ କୋର୍ଟ କହିଥିଲେ ଦିଲ୍ଲୀକୁ ଦୈନିକ ୪୯୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏହାର ଅବହେଳା ହେଲେ ଅଦାଲତ ଅବମାନନା ନେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Back to top button