ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ୱର : ରାଜ୍ୟ ସୂଚନା କମିଶନ ସଦସ୍ୟ ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ବିଶୋୟୀଙ୍କ ନାଁ ଉପରେ ସହମତି ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟ ସୂଚନା କମିଶନର ସଦସ୍ୟ ପଦ ପାଇଁ ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ। ଶ୍ରୀ ବିଶୋୟୀଙ୍କ ସମେତ ମୋଟ ୨ଜଣଙ୍କ ନାଁ ଚୟନକାରୀ କମିଟି ପାଖରେ ଉପସ୍ଥାପନ କରାଯାଇଥିଲା। ତାଲିକାର ଏକ ନମ୍ୱରରେ ଜଣେ ଓକିଲଙ୍କ ନାଁ ଥିବାବେଳେ ଦ୍ୱିତୀୟରେ ଥିଲେ ଦିଲ୍ଲୀପ ବିଶୋୟୀ। ଅନ୍ୟପକ୍ଷରେ ଏବେ ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଭାବେ ସୁନୀଲ ମିଶ୍ର ଓ ସଦସ୍ୟ ଭାବେ ବାଳକୃଷ୍ଣ ମହାପାତ୍ର କାର୍ଯ୍ୟ କରୁଛନ୍ତି।

ମତାମତ ଦିଅନ୍ତୁ ।