ଦିଲ୍ଲୀରେ ଡିଜେଲ ୮ଟଙ୍କା ୩୬ ପଇସା କମିଲା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଡିଜେଲର ମୂଲ୍ୟ ୮.୩୬ ଟଙ୍କା କମିଲା। କରୋନା ଭୂତାଣୁ ସଙ୍କଟ ସମୟରେ କେଜ୍ରିୱାଲ ସରକାର ଡିଜେଲ ଉପରୁ ୧୬ପ୍ରତିଶତ ଭାଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୨ଟଙ୍କାରେ ବିକ୍ରି ହେଉଛି। ଏବେ ଭାଟ ୩୦ ପ୍ରତିଶତରୁ ୧୬ ପ୍ରତିଶତ ହ୍ରାସ କରାଯାଇଛି। ଫଳରେ ଡିଜେଲର ମୂଲ୍ୟ ୮ଟଙ୍କା ୩୬ ପଇସା କମିବ। ଦିଲ୍ଲୀରେ ଡିଜେଲ ଲିଟର ୭୩.୬୪ ଟଙ୍କାରେ ବିକ୍ରି ହେବ। ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ କାମ କରିବାକୁ ଲୋକମାନେ ଫେରୁଛନ୍ତି, ପରିସ୍ଥିତିରେ ଉନ୍ନତି ଆସୁଥିବା ବେଳେ କରୋନା ମାମଲା ରାସ ପାଉଛି। ଏହାକୁ ନଜରରେ ରଖି ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ମତାମତ ଦିଅନ୍ତୁ ।