ଦିଲ୍ଲୀରେ ଅନିର୍ଦ୍ଧିଷ୍ଟକାଳ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ଦେଇଥିବା ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟ ସେରୋସର୍ଭେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ୨୭୮ଟି ୱାର୍ଡରୁ ୨୮ ହଜାର ସାମ୍ପୁଲ ନିଆଯିବ। ପ୍ରତି ୱାର୍ଡରୁ ୧୦୦ ଲୋକଙ୍କ ସାମ୍ପୁଲ ନିଆଯିବ ସହିତ ସର୍ଭେରେ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କୁହାଯାଇଛି। ଜାନୁଆରୀ ମାସରେ କରାଯାଇଥିବା ପଞ୍ଚମ ସେରୋସର୍ଭେର ରିପୋର୍ଟରେ ଦିଲ୍ଲୀରେ ଅଧାରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା କୁହାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button