ଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧି ସପ୍ତାହେ ବଢିଲା

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦିଲ୍ଲୀରେ ବୃଦ୍ଧି ପାଉଛି। ଦିନକୁ ଦିନ ସଂଖ୍ୟା ବଢି ଚାଲିଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଦିଲ୍ଲୀ ସରକାର ଲକଡଉନ କଟକଣାକୁ ଆହୁରି ସପ୍ତାହେ ବୃଦ୍ଧି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ଏ ସମ୍ପର୍କରେ ଦେଇଛନ୍ତି ସୂଚନା। ସେ ଲେଖଛନ୍ତି ଦିଲ୍ଲୀରେ ଲକ୍‌ଡାଉନ୍ ଅବଧି ଆହୁରି ସପ୍ତାହେ ପାଇଁ ବଢାଇ ଦିଆଗଲା। ତେବେ କଟକଣା ମେ ୩ ଯାଏଁ ଲାଗୁ ହୋଇଥିଲା। ଏବେ ଆଉ ସପ୍ତାହେ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button