ଦୀପିକାଙ୍କୁ ଡ୍ରଗ୍ସ ଯୋଗଉଥିଲେ କରିସ୍ମା ଶାହା

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ତଦନ୍ତ ଜାରି ରହିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ପରେ ଡ୍ରଗ୍ସ ମାମଲାରେ ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ ଓ ସାରା ଅଲି ଖାନଙ୍କ ନାଁ ସାମ୍ନାକୁ ଆସିଥିଲା। ଏବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନାମ ଏହି ତାଲିକାରେ ଯୋଡିହୋଇଛି। କୁହାଯାଉଛି ସେ ଜେରାର ସମ୍ମୁଖୀନ ହେବେ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା କରାଯାଇଥିବା ଡ୍ରଗ୍ସ ମାମଲାର ଯାଞ୍ଚ ବେଳେ ଡି,ଏନ୍, ଏସ, କେ (ଡି-ଦୀପିକା ପାଦୁକୋନ, ଏନ-ନମ୍ରତା ଶିରୋଦକର, ଏସ-ଶ୍ରଦ୍ଧା କପୁର ଓ କେ-କରିସ୍ମା)ଙ୍କ ନାମ ଆସିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ ଦୀପିକା ପାଦୁକୋନଙ୍କ ନାମ ଡ୍ରଗ୍ସ ତାଲିକାରେ ରହିଛି।

ଜୟା ସାହାଙ୍କ କମ୍ପାନି ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନ କରିଥିବା ଡ୍ରଗ୍ ଚାଟ୍ ଏବେ ସାମ୍ନାକୁ ଆସିଛି। ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଉ କୁହାଯାଇଛି ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ହସ୍ତଗତ ହୋଇଛି ଯେଉଁଥିରେ ଦୀପିକା-କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି। ଦୀପିକା କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି ଅଛି କି ?’ ଏହାର ଉତ୍ତରରେ କରିସ୍ମା କହୁଛନ୍ତି-‘ହଁ … କିନ୍ତୁ ଘରେ। ମୁଁ ବାନ୍ଦ୍ରାରେ ଅଛି। ଏହାପରେ କରିସ୍ମା ଅମିତ ନାମକ ଯୁବକଙ୍କ ନାମ ନେଇ କହୁଛନ୍ତି ମୁଁ ଅମିତକୁ ପଠାଇ ପାରିବି। ଦୀପିକା କହୁଛନ୍ତି-‘ହଁ, ଦୟାକରି ପଠାଅ।’ କିଛି ସମୟ ପରେ କରିସ୍ମା କହୁଛନ୍ତି, ‘ଅମିତ ଦେବା ପାଇଁ ଗଲା।’ ଦୀପିକା ପଚାରୁଛନ୍ତି-‘ହାଶ ଅଛି କି ? କିନ୍ତୁ କରିସ୍ମା କହିଛନ୍ତି ହାଶ ନୁହେଁ ଗଞ୍ଜେଇ ଅଛି।

ମତାମତ ଦିଅନ୍ତୁ ।