ଡିଶ୍ ଟିଭିରେ ଏବେ ମଞ୍ଜରୀ ଟିଭି

ଭୁବନେଶ୍ୱର : ଭାରତର ଅଗ୍ରଣୀ ଡିଟିଏଚ୍ କମ୍ପାନୀ ଡିଶ୍ ଟିଭି ଇଣ୍ଡିଆ ଆଂଚଳିକ ବଜାରରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ନିଜର ଓଡ଼ିଆ ଚ୍ୟାନେଲ ପୋର୍ଟଫୋଲିଓରେ ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ସମ୍ବାଦ ଗ୍ରୁପ୍ର ୨୪ ଘଂଟିଆ ମନୋରଞ୍ଜନ ଟେଲିଭିଜନ ଚ୍ୟାନେଲ ମଞ୍ଜରୀ ଟିଭିକୁ ଅନ୍ତର୍ଭୁକ୍ତ କରିଛି। ଏହି ଚ୍ୟାନେଲ ୩ଟି ପ୍ଲାଟଫର୍ମ ଡିଶ୍ ଟିଭି, ଡି-୨-ଏଚ୍ ଓ ଜିଙ୍ଗ୍ରେ ଉପଲବ୍ଧ ହେବ।
ଏଣିକି ଦର୍ଶକ ବହୁବିଧ ଓଡ଼ିଆ ସଂସ୍କୃତି ଟେଲିଭିଜନ ପରଦାରେ ବିସ୍ତୃତ ବର୍ଗର କାର୍ଯ୍ୟକ୍ରମ ମାଧ୍ୟମରେ ଦେଖିବାର ସୁଯୋଗ ଲାଭ କରିବେ। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାରିବାରିକ ଡ୍ରାମା, ମ୍ୟୁଜିକ୍, ମୁଭି, ରିୟଲିଟି ଶୋ’, ଡକୋମେଂଟାରୀ ଆଦି ପ୍ରସାରିତ ହେବ। ମଞ୍ଜରୀ ଟିଭିର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମନୋରଞ୍ଜନ ସହିତ ସୁଦୃଢ଼ ସମ୍ପର୍କର ବାର୍ତ୍ତା ଦର୍ଶକଙ୍କ ପାଖରେ ପହଂଚି ପାରିବ।
ଏହି ଅବସରରେ ଡିଶ୍ ଟିଭି ଇଣ୍ଡିଆ ଡି-୨-ଏଚ୍ ମାର୍କେଟିଙ୍ଗ କର୍ପୋରେଟ ମୁଖ୍ୟ ସୁଗାତୋ ବାନାର୍ଜୀ କହିଲେ ଓଡ଼ିଶା ଡିଶ୍ ଟିଭି, ଡି-୨-ଏଚ୍ ଏବଂ ଜିଙ୍ଗ୍ ଆଦି ୩ଟି ବ୍ରାଣ୍ଡ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଆମର ସମସ୍ତ ଉତ୍ପାଦ ଯେପରି ଦର୍ଶକଙ୍କ ଲାଗି ଗ୍ରହଣଯୋଗ୍ୟ ହେବ ସେନେଇ ଆମେ ଉଦ୍ୟମ କରିଥାଉ । ଆମର ବିଶ୍ୱାସ ଏହି ନୂତନ ପଦକ୍ଷେପ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ । ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ଓଡ଼ିଆ ଜିଇସି ଚ୍ୟାନେଲକୁ ଆମେ ଆମର ୩ଟି ପ୍ଳାଟର୍ଫମରେ ଅନ୍ତର୍ଭୁକ୍ତ କରିଛୁ । ଏହା ଦର୍ଶକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ସେମାନେ ଡିଶ୍ ଟିଭିକୁ ପସନ୍ଦ କରିଥିବାର ସାର୍ଥକତା ପୂରଣ ହୋଇ ପାରିବ। ଏବେ ମଞ୍ଜରୀ ଟିଭି ଡିଶ୍ ଟିଭି ଓ ଜିଙ୍ଗ୍ର ଚ୍ୟାନେଲ୍ ନମ୍ବର ୧୩୦୯ରେ ଏବଂ ଡି-୨-ଏଚ୍ର ଚ୍ୟାନେଲ ନମ୍ବର ୮୩୦ରେ ଉପଲବ୍ଧ ହେବ।