Breaking Newsଦେଶ-ବିଦେଶ

ଡିସେମ୍ବର ୧୫ ସୁଦ୍ଧା ମମତାଙ୍କ ସରକାର ଭାଙ୍ଗିଯିବ

କୋଲକ‌ାତା : ନୂଆ ବର୍ଷରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଡିସେମ୍ବର ୧୫ ସୁଦ୍ଧା ଟିଏମସି ସରକାର ସଂଖ୍ୟା ଗରିଷ୍ଟତା ହରାଇବ। ୬୨ ଜଣ ବିଧାୟକ ଦିଦିଙ୍କ ହାତଛାଡି ବିଜେପିରେ ଯୋଗଦେବେ। ଏହି ଦାବି କରିଛନ୍ତି ବିଜେପି ସାଂସଦ ସୌମିତ୍ର ଖାନ୍। ସେ କହିଛନ୍ତି ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି ଆବଶ୍ୟକ ପଡିଲେ ରାଜ୍ୟପାଳ ଜଗଦୀପ୍ ଧନଖଡ ମୁଖ୍ୟମନ୍ତ୍ରୀଙ୍କୁ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗି ପାରନ୍ତି।

ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଛକା ପଞ୍ଝା। ମମତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଜେପି ଉଦ୍ୟମ ଜାରି ରଖିଛି। ଟିଏମସିରେ ଦେଖାଦେଇଛି ବିବାଦ। ମମତା ସରକାରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ମେଦିନାପୁର ବ୍ୟତୀତ ପାଖ ଜିଲ୍ଲାମାନଙ୍କରେ ପ୍ରଭାବ ରହିଛି। ଏହିଭଳି ସମୟରେ ସାଂସଦ ସୌମିତ୍ର ସେନ ଦାବି କରୁଛନ୍ତି ୬୨ ଜଣ ଟିଏମସି ବିଧାୟକ ବିଜେପି ସଂପର୍କରେ ରହିଛନ୍ତି। ଏହି ଖବର ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଟିମସି କହିଛି ବିଜେପିର ୪ ଜଣ ସାଂସଦ ଓ କିଛି ନେତା ଆମ ସଂପର୍କରେ ରହିଛନ୍ତି। ତେବେ କେଉଁ ନେତା କେଉଁ ଦଳକୁ ଦେଉଁଛନ୍ତି ତାହା ଆଗକୁ ଜଣାପଡିବ।

ମତାମତ ଦିଅନ୍ତୁ ।

Back to top button