ଡିସେମ୍ବର ୧ରୁ ଖୋଲିବ ଓଏସଆରଟିସି ଜୟପୁର ଜୋନ

ଜୟପୁର : ଜୟପୁର ଓଏସଆରଟିସି ଜୋନର ବସଗୁଡିକ ପ୍ରବାସୀ ଶ୍ରମିକ ପରିବହନରେ ତେଲ ଖର୍ଚ୍ଚ ହଡପ ଓ ଅନିୟମିତତାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୦ରୁ ସାମାୟିକ ବନ୍ଦ ପାଇଁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପରିଚାଳନା ନିର୍ଦ୍ଦେଶକ। ଏ ମଧ୍ୟରେ ରାଜ୍ୟର ୯ଟି ଜୋନର ବସ ଜୟପୁର ସରକାରୀ ବସଷ୍ଟାଣ୍ଡକୁ ଯିବା ଆସିବା କରିସାରିଲାଣି। ତେବେ ଆସନ୍ତା ଡିସେମ୍ବର ୧ରୁ ଏହି ଜୋନ ଖୋଲିବ ବୋଲି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରୁ ସୂଚନା ମିଳିଛି।

ମତାମତ ଦିଅନ୍ତୁ ।