ଡିସେମ୍ବର ୫ ରାତି ୧୨.୦୧ରୁ ୬ ତାରିଖ ୧୧ଟା ୫୯ ଯାଏ ନେଟଫ୍ଲିକ୍ସ ସେବା ମାଗଣା

ନୂଆଦିଲ୍ଲୀ : ଡିସେମ୍ବର ୫ ରାତି ୧୨.୦୧ରୁ ୬ ତାରିଖ ୧୧ଟା ୫୯ ଯାଏଁ ନେଟଫ୍ଲିକ୍ସ ଫ୍ରି ରହିବ। ଯଦି ଷ୍ଟ୍ରିମ୍ ଫେଷ୍ଟ ସମୟରେ ୟୁଜରଙ୍କ ସଂଖ୍ୟା ଲିମିଟ୍ ରହେ ତେବେ କମ୍ପାନୀ ଆଗୁଆ ସୂଚନା ଦେବ। ଭାରତରେ ଏହି ମାଗଣା ସେବା ଦେବା ନେଇ ନେଟଫ୍ଲିକ୍ସ୍ ଘୋଷଣା କରିଛି। ତେଣୁ ନେଟଫ୍ରିକ୍ସ ଆକାଉଣ୍ଟରୁ ସ୍ମାର୍ଟଫୋନ୍, ଟିଭି, ଆଇଓଏସ ଡିଭାଇସ, ଗେମିଂ କନସୋଲ୍ ଆଦିରେ କଣ୍ଟେଣ୍ଟ୍ ଦେଖିବା ସହିତ ଏହାକୁ ସ୍ମାର୍ଟଫୋନରୁ ଟିଭିକୁ କାଷ୍ଟ୍ କରିହେବ ବୋଲି କୁହାଯାଇଛି।

ଷ୍ଟ୍ରିମ୍ ଫେଷ୍ଟରେ ଭାରତରେ ନେଟଫ୍ଲିକ୍ସର ପ୍ରିମିୟମ କଣ୍ଟେଣ୍ଟ୍ ଦେଖିହେବ। ଏଥିପାଇଁ ଦେୟ ଦେବାକୁ ପଡିବନି। ସର୍ଭିସ୍ ଆଇଡି କିମ୍ବା ନମ୍ବର ଜରିଆରେ ସାଇନ୍ ଅପ୍ କରିବାକୁ ହେବ। ନେଟଫ୍ଲିକ୍ସର କହିଛି ମାଗଣା ସେବା ସମୟ ମଧ୍ୟରେ ପ୍ରିମିୟମ ୟୁଜର୍ସଙ୍କୁ ଦିଆଯାଉଥିବା ଅନୁମତି ସମସ୍ତ ମିଳିବ। ସାଇନ୍ ଅପ୍ କରିବା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡିଟେଲ୍ସ ଦେବାକୁ ପଡିବ ନାହିଁ।

ନେଟଫ୍ଲିକ୍ସ୍ ଷ୍ଟ୍ରିମଫେଷ୍ଟରେ ଫ୍ରି ଭିଡିଓ ଦେଖିବା ପାଇଁ Netflix.com/streamfest କୁ ଲଗଇନ୍ କରି ଆଣ୍ଡ୍ରୋଏଡ୍ ଆପ୍ ଡାଉନଲୋଡ୍ କରିପାରିବେ। ଯେଉଁମାନଙ୍କର ଯାହାର ପୂର୍ବରୁ ଆକାଉଣ୍ଟ ନାହିଁ ସେମାନେ ମଧ୍ୟ ସାଇନ୍ ଅପ୍ କରିପାରିବେ। ସେଥିପାଇଁ ଆଜିଠାରୁ ନେଟପ୍ଲିକ୍ସରେ ରିମାଇଣ୍ଡର ସେଟ୍ କରିପାରିବେ। ଲାଇଭ୍ ସମୟରେ ଆପଣ ଫ୍ରି ନେଟଫ୍ଲିକ୍ସ ଦେଖିପାରିବେ। ଯେଉଁମାନେ ଷ୍ଟ୍ରିମଫେଷ୍ଟରେ ସାଇନ୍ ଇନ୍ କରିବେ ସେମାନେ କେବଳ ଷ୍ଟାଣ୍ଡାର୍ଡ ଡେଫିନେସନ୍ କଣ୍ଟେଣ୍ଟ୍ ଦେଖିପାରିବେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।