ଡିସେମ୍ବର ଗାଇଡଲାଇନ : କଟକଣା ପାଇଁ ରାଜ୍ୟକୁ କ୍ଷମତା

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ରୋକିବା ନିମନ୍ତେ ତଙ୍କ ସଂଖ୍ୟା କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ଏଥିପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନ ଆସନ୍ତା ଡିସେମ୍ବର ପହିଲାରୁ ୩୧ ପର୍ଯ୍ୟନ୍ତ ଲାଗୁ ହେବ।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନଙ୍କୁ କ୍ଷମତା ଦିଆଯାଇଛି। ଏସବୁ କଟକଣା କେବଳ କଣ୍ଟେନମେଣ୍ଟ ଜୋନରେ ଲାଗୁ କରାଯାଇପାରିବ। କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ରାଜ୍ୟସ୍ତର, ଜିଲ୍ଲା, ସବଡିଭିଜନ କିମ୍ବା ସହର ସ୍ତରରେ କେନ୍ଦ୍ର ସରକାରଙ୍କ ବିନା କୌଣସି ଲକଡାଉନ ବା ସଟଡାଉନ ଲାଗୁ କରାଯାଇପାରିବ ନାହିଁ।

  ହୋଣ୍ଡାର ନୂଆ ଗ୍ରାଜିଆର ସ୍ପୋର୍ଟସ୍ ଏଡିସନ୍‌

କଣ୍ଟେନମେଣ୍ଟ ଜୋନରେ କଟକଣା କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନ, ପୋଲିସର ଦାୟିତ୍ଵ ରହିବ। ତେବେ ଏସବୁ ଜୋନରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ଆବଶ୍ୟକ ପଡ଼ିଲେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯାଇଛି।

ମତାମତ ଦିଅନ୍ତୁ ।