ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦ କୋଟି ଡୋଜ୍ କରୋନା ଟିକା

ନୂଆଦିଲ୍ଲୀ : ଭାରତରେ ଟିକାକରଣ ଅଭିଯାନ ପାଇଁ ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ୧୦ କୋଟି ଡୋଜ୍ ଡିସେମ୍ବର ସୁଦ୍ଧା ମିଳିବ। ପରୀକ୍ଷା ମୂଳକ ଭାବେ ସାରା ଦେଶରେ ଆରମ୍ଭ କରାଯିବ ଟିକାକରଣ କାର୍ଯ୍ୟକ୍ରମ। ଏହି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୋନାୱାଲା।

ଶୁକ୍ରବାର ସେ କହିଛନ୍ତି ଶେଷ ପର୍ଯ୍ୟାୟ ଟ୍ରାଏଲ ବେଳେ ଆଷ୍ଟ୍ରେଜେନେକା କରୋନା ଟିକା ପ୍ରଭାବ ଦେଖାଇବାକୁ ସକ୍ଷମ ହୋଇଛି। ତେଣୁ ଆମକୁ ୧ ବିଲିୟନ ଡୋଜ ଟିକା ପ୍ରସ୍ତୁତ କରିବାକୁ ଅନୁମତି ମିଳିଛି। ସମ୍ଭବତଃ ଡିସେମ୍ବର ସୁଦ୍ଧା ଭାରତ ପାଇଁ ଆମେ ୧୦୦ ମିଲିୟନ ଡୋଜ୍‌ ପ୍ରସ୍ତୁତ କରିନେବୁ। ଭାରତ ସରକାର ଡିସେମ୍ବର ମାସରେ କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ପାରନ୍ତି। ପ୍ରାଥମିକ ଅବସ୍ଥାରେ ସେରମ ପ୍ରସ୍ତୁତ କରୁଥିବା କରୋନା ଟିକା ଭାରତକୁ ଦେବ। ଆସନ୍ତା ବର୍ଷ ଆରମ୍ଭରୁ ପୂର୍ଣ୍ଣ ଅନୁମତି ମିଳିଲେ ୫୦:୫୦ରେ କରୋନା ଟିକା ଭାରତ ଓ ବିଶ୍ୱ ପାଇଁ ପ୍ରସ୍ତୁତ କରାଯିବ।

ମତାମତ ଦିଅନ୍ତୁ ।