ଦୋକାନ ଆଗରେ ଭିଡ ନକରିବାକୁ ଏସ୍‌ଆରସିଙ୍କ ପରାମର୍ଶ

0

ଭୁବନେଶ୍ୱର : ଆସନ୍ତା ବୁଧବାର ଠାରୁ ସମଗ୍ର ଓଡ଼ିଶାରେ ୧୪ ଦିନ ଅର୍ଥାତ ମେ’ ୫ରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍ କଟକଣା ଲାଗୁହେବ। ଶନି ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍। ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସୋମବାର ଠାରୁ ଶୁକ୍ରବାର ଯାଏ ସକାଳ ୬ଟାରୁ ଦିନ ୧୨ଟା ଜରୁରୀ ଜିନିଷ ପାଇଁ ଦୋକାନ ଖୋଲା ରହିବ। ତେଣୁ ଦୋକାନ ଆଗରେ ଗ୍ରାହକମାନେ ଅଯଥାରେ ଭିଡ଼ ନକରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି।

ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲକ୍‌ଡାଉନ୍‌ ସମ୍ପର୍କରେ ଘୋଷଣା କରି କହିଥିଲେ ଏହି କଟକଣାର ମୁଖ୍ୟ ଉଦ୍ଦେଶ୍ୟ ‌ହେଲା ଯାତାୟାତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା। ଏହି ସମୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୌଣସି ପ୍ରକାର ମାଲ୍‌ ପରିବହନ, କୃଷି, ଆନୁଷଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ଯୋଗାଣକୁ ଲକ୍‌ଡାଉନ୍‌ ପ୍ରଭାବିତ କରିବ ନାହିଁ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଗାଇଡ୍‌ଲାଇନ୍ ଅନୁସାରେ ବ୍ୟାଙ୍କ, ଏଟିଏମ୍‌ଏ, ବୀମା, ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଓ ଋଣ ସମବାୟ ସମିତି ଆଦି କାର୍ଯ୍ୟ ଚାଲୁ ରଖିପାରିବେ।

ସେହିପରି ସ୍ଵାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟର୍‌ନେଟ୍‌ ସେବା, ଡିଟିଏଚ୍‌ ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ। ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ ଓ ମାଛ-ମାଂସ ଆଦି ଦୋକାନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍‌ରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ କିଣି ପାରିବେ। ତେବେ ଶନିବାର ଓ ରବିବାର ଏସବୁ ଦୋକାନ ବନ୍ଦ। କେବଳ ଔଷଧ ଦୋକାନ ଖୋଲା ରହିବ।

Leave A Reply

Your email address will not be published.